International Journal of Contemporary Research In Multidisciplinary, 2026;5(2):1069-1071
ଓଡ଼ିଆ ସମାଜବାଦୀ ବାସ୍ତବତାଧର୍ମୀ କବିତାର ଭାଷା
Author Name: ଡକ୍ଟର ଶ୍ରୀକାନ୍ତ କୁମାର ବାରିକ;
Paper Type: research paper
Article Information
Abstract:
କବିର ଭାବବୈଚିତ୍ର୍ୟ ହିଁ କବିତାର ଆତ୍ମା । ଏହି ଭାବବୈଚିତ୍ର୍ୟ ଯାହା ମାଧ୍ୟମରେ ପରିପୂର୍ଣ୍ଣ କାବ୍ୟିକ ରୂପ ଗ୍ରହଣ କରେ ତାହା ହେଉଛି ଭାଷା ଓ ଶୈଳୀ । ଏହି ଭାବ, ଭାଷା ଓ ଶୈଳୀର ସହାବସ୍ଥାନ ସୃଷ୍ଟି ହୁଏ କବିତା । ମୁଖ୍ୟତଃ କବିତା କ୍ଷେତ୍ରରେ ଭାଷା ରଚନାର ପରିପାଟି (Dictation of composition) ବା ପ୍ରକାଶଭଙ୍ଗୀ (Mode of expression) ଭାବରେ ବ୍ୟବହାର କରାଯାଇଥାଏ । ସମାଜବାଦୀ ବାସ୍ତବତାଧର୍ମୀ କବିତାର ଭାଷା ପରିଚ୍ଛନ୍ନ, ପ୍ରାଞଳ ଏବଂ ବସ୍ତୁଧର୍ମୀ । ଏଥିରେ ଭାଷ୍ୟିକ ବାଗାଡମ୍ବର ନାହିଁ । ସହଜ, ସରଳ ଗଣମୁଖୀ ଭାଷାର ଆବେଦନ ହିଁ ଏହି ଧରଣର କବିତାର ସ୍ୱଧର୍ମ । ଦୈନନ୍ଦୀନ ଜୀବନରେ ପ୍ରଚଳିତ ସମାଜର ଚଳନ୍ତି ଭାଷା ଏଥିରେ ପ୍ରୟୋଗ କରାଯାଇଥାଏ । ସାମାଜିକ ବାସ୍ତବତାର ପ୍ରଶସ୍ତ ଛାତି ଉପରେ ଠିଆ ହୋଇ ଏହି ନୂତନ ଭାଷ୍ୟିକ ଶୈଳୀ କିଭଳି ସମାଜର ଲହୁଲୁହାଣ ମଣିଷର ଜୀବନ ସଂଘର୍ଷର ଗୀତ ଗାଇଛି ତାହା ଆଲୋଚ୍ୟ ପ୍ରବନ୍ଧର ମୁଖ୍ୟ ପ୍ରସଙ୍ଗ ।
Keywords:
ସମାଜବାଦୀ ବାସ୍ତବତା, କବିତାର ଭାଷା, ଶବ୍ଦ ବୈଚିତ୍ର୍ୟ, ଧ୍ୱନ୍ୟାତ୍ମକ ଶବ୍ଦ, ପ୍ରତୀକାତ୍ମକ ଭାଷା।.
How to Cite this Article:
ଡକ୍ଟର ଶ୍ରୀକାନ୍ତ କୁମାର ବାରିକ. ଓଡ଼ିଆ ସମାଜବାଦୀ ବାସ୍ତବତାଧର୍ମୀ କବିତାର ଭାଷା. International Journal of Contemporary Research in Multidisciplinary. 2026: 5(2):1069-1071
Download PDF