IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2025;4(4):795-799

ମାଟି ସଂପ୍ରୀତିର ଶବ୍ଦ ମାୟା: ‘ଅକ୍ଷି ତୃତୀୟା’

Author Name: ନଳିନୀ କୁମାର ପାଣିଗ୍ରାହୀ;  

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କଳିଙ୍ଗ ମହାବିଦ୍ୟାଳୟ, ଘୁ. ଉଦୟଗିରି, କନ୍ଧମାଳ, ଓଡ଼ିଶା, ଭାରତ

Paper Type: research paper
Article Information
Paper Received on: 2025-07-05
Paper Accepted on: 2025-08-27
Paper Published on: 2025-08-30
Abstract:

ସାଂପ୍ରତିକ ସମାଜରେ ଶିଳ୍ପାୟନ ଓ ସ୍ୱାର୍ଥପର ରାଜନୀତିର କରାଳ ଗ୍ରାସରେ କୃଷି ଭିତ୍ତିକ ଗ୍ରାମ୍ୟ ଜୀବନ କିପରି ବିପର୍ଯ୍ୟସ୍ତ ହେଉଛି, ତାହାର ଏକ ଜୀବନ୍ତ ତଥା ମାର୍ମିକ ଚିତ୍ରାଙ୍କନ କରେ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ନାଟକ ‘ଅକ୍ଷି ତୃତୀୟା’। ପ୍ରସ୍ତୁତ ଆଲୋଚନା ପ୍ରବନ୍ଧରେ ନାଟକର ଉଭୟ ଆତ୍ମିକ ଓ ଆଙ୍ଗିକ ସୌନ୍ଦର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରାଯାଇଛି। ସାଧାରଣ ନିରୀହ ଚାଷୀ ନନ୍ଦିଆର ଭିଟାମାଟି ପ୍ରତି ଥିବା ନିବିଡ଼ ସଂପ୍ରୀତି, ରାଜନୈତିକ କ୍ଷମତାଲୋଭୀ ମନ୍ତ୍ରୀ ଚିନ୍ତାମଣି ଓ ଗ୍ରାମ୍ୟ ଟାଉଟର ସରପଞ୍ଚ ଦଣ୍ଡପାଣିଙ୍କ ଚକ୍ରାନ୍ତ ଏବଂ ଶେଷରେ ଉଚ୍ଚଶିକ୍ଷିତ ଯୁବକ କେଶବ ଦ୍ୱାରା ଖଳନାୟକର ମୁଖାପିନ୍ଧା ରୂପର ପରିପ୍ରକାଶକୁ ନାଟକର ଆତ୍ମିକ ବିଶେଷତ୍ୱ ଭାବେ ଆଲୋଚନା କରାଯାଇଛି। ଅପରପକ୍ଷେ, ଆଙ୍ଗିକ ଦୃଷ୍ଟିକୋଣରୁ ନାମକରଣର ସାର୍ଥକତା, ଗ୍ରାମ୍ୟ କଥୋପକଥନ ଭିତ୍ତିକ ସରଳ ଭାଷା ଶୈଳୀ ଏବଂ ପାରମ୍ପରିକ ନାଟକୀୟ ଦ୍ୱନ୍ଦ୍ୱର ସଫଳ ସଂଯୋଜନାକୁ ଏଠାରେ ଦର୍ଶାଯାଇଛି। ସର୍ବୋପରି, ଏହି ପ୍ରବନ୍ଧଟି ‘ଅକ୍ଷି ତୃତୀୟା’ ନାଟକ ମାଧ୍ୟମରେ ମାଟି-ମନସ୍କତା ଓ କୃଷକର ଅସ୍ତିତ୍ୱ ରକ୍ଷାର ସଂଗ୍ରାମକୁ ଏକ ଶାବ୍ଦିକ ରୂପ ପ୍ରଦାନ କରିବାରେ ସମର୍ଥ ହୋଇଛି।

Keywords:

ମାଟି ସଂପ୍ରୀତି, ଅକ୍ଷି ତୃତୀୟା, ଭାସ୍କର ଚନ୍ଦ୍ର ମହାପାତ୍ର, ଓଡ଼ିଆ ନାଟ୍ୟ ସାହିତ୍ୟ, ଚରିତ୍ର ଚିତ୍ରଣ, ଆତ୍ମିକ ଓ ଆଙ୍ଗିକ ବିଶେଷତ୍ୱ.

How to Cite this Article:

ନଳିନୀ କୁମାର ପାଣିଗ୍ରାହୀ. ମାଟି ସଂପ୍ରୀତିର ଶବ୍ଦ ମାୟା: ‘ଅକ୍ଷି ତୃତୀୟା’. International Journal of Contemporary Research in Multidisciplinary. 2025: 4(4):795-799


Download PDF