IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2025;4(4):789-794

ବିଷାଦ ଓ ମୁକ୍ତିର ଅମୃତ ସ୍ଵାକ୍ଷର: ପ୍ରତିଭା ଶତପଥୀଙ୍କ ‘ନିମିଷେ ଅକ୍ଷର’

Author Name: ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ;  

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କଳିଙ୍ଗ ମହାବିଦ୍ୟାଳୟ, ଘୁ. ଉଦୟଗିରି, କନ୍ଧମାଳ, ଓଡ଼ିଶା, ଭାରତ

Paper Type: research paper
Article Information
Paper Received on: 2026-07-02
Paper Accepted on: 2026-08-26
Paper Published on: 2025-08-30
Abstract:

ଆଧୁନିକ ଓଡ଼ିଆ କାବ୍ୟ-ଜଗତର ଅନନ୍ୟ ପ୍ରତିଭାଦୀପ୍ତ କବୟିତ୍ରୀ ପ୍ରତିଭା ଶତପଥୀଙ୍କ ୧୯୮୫ ମସିହାରେ ପ୍ରକାଶିତ କବିତା ଗ୍ରନ୍ଥ ‘ନିମିଷେ ଅକ୍ଷର’ ଏକ କାବ୍ୟିକ ଉତ୍ତରଣର ଚମତ୍କାର ନିଦର୍ଶନ । ଏହି ପ୍ରବନ୍ଧରେ ସଂକଳନର ପ୍ରମୁଖ ୩୩ଟି କବିତା ମଧ୍ୟରେ ଥିବା ବାସ୍ତବବାଦୀ ସମୟ ଚେତନା, ଅସ୍ତିତ୍ୱବୋଧ ଏବଂ ଆଧ୍ୟାତ୍ମିକ ରୋମାଣ୍ଟିକ୍ ଭାବଧାରାର ଆଲୋଚନା କରାଯାଇଛି । କବୟିତ୍ରୀଙ୍କ ପୂର୍ବ କୃତି ‘ନିୟତ ବସୁଧା’ର ମାଟିମଗ୍ନତା କିପରି ‘ନିମିଷେ ଅକ୍ଷର’କୁ ଆସି ଏକ ଊର୍ଦ୍ଧ୍ୱମୁଖୀ ଚେତନାରେ ରୂପାନ୍ତରିତ ହୋଇଛି, ତାହା ଏଠାରେ ଦର୍ଶାଯାଇଛି । ଗୋଟିଏ ପାର୍ଶ୍ୱରେ ସଂସାରର କାମନା, କଷଣ, ନିଃସଙ୍ଗତା ଓ ମୃତ୍ୟୁ ଜର୍ଜରିତ ଜୀବନର ପାର୍ଥିବ ବିଷାଦ ଏବଂ ଅନ୍ୟ ପାର୍ଶ୍ୱରେ ପରମସତ୍ତାଙ୍କ ନିକଟରେ ଆତ୍ମସମର୍ପଣ ଜନିତ ମୁକ୍ତିର ସମ୍ମୋହନ- ଏହି ଦୁଇ ବିପରୀତମୁଖୀ ଚେତନାର ସମନ୍ୱୟରେ ସମଗ୍ର କବିତାଗୁଡ଼ିକ ଋଦ୍ଧିମନ୍ତ । ଶବ୍ଦର ଅମରତ୍ୱ ଏବଂ ଐଶ୍ୱରୀୟ କୃପାର ଚରିତାର୍ଥତା ମଧ୍ୟରେ କବି ନିଜର ଅହଂକାରକୁ ବିଲୟ କରି ମୃତ୍ୟୁକୁ ଜୟ କରିବାର ମହାମନ୍ତ୍ର ଏହି ସଂକଳନରେ ପ୍ରତିପାଦନ କରିଛନ୍ତି ।

Keywords:

ଅଧୁନିକକବିତା, ପ୍ରତିଭାଶତପଥୀ, ‘ନିମିଷେ ଅକ୍ଷର’, ଉତ୍ତରଣ ଚେତନା, ପାର୍ଥିବ ବିଷାଦ.

How to Cite this Article:

ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ. ବିଷାଦ ଓ ମୁକ୍ତିର ଅମୃତ ସ୍ଵାକ୍ଷର: ପ୍ରତିଭା ଶତପଥୀଙ୍କ ‘ନିମିଷେ ଅକ୍ଷର’. International Journal of Contemporary Research in Multidisciplinary. 2025: 4(4):789-794


Download PDF