IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(2):888-894

ସାରଳା ମହାଭାରତରେ ସମାଜ ଚିତ୍ର

Author Name: ଡଃ. ସୁଚିତ୍ରା ମହାନ୍ତି;  

1. ଅଧ୍ୟାପିକା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା, ଓଡ଼ିଶା, ଭାରତ

Paper Type: research paper
Article Information
Paper Received on: 2026-03-05
Paper Accepted on: 2026-04-24
Paper Published on: 2026-04-29
Abstract:

ଓଡ଼ିଆ ସାହିତ୍ୟର ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ଅମର ସୃଷ୍ଟି 'ମହାଭାରତ' କେବଳ ଏକ ପୁରାଣ ନୁହେଁ, ବରଂ ପଞ୍ଚଦଶ ଶତାବ୍ଦୀର ଓଡ଼ିଶା ଜାତୀୟ ଜୀବନର ଏକ ଗୌରବମୟ ଜ୍ଞାନକୋଷ ଭାବରେ ବିବେଚିତ। ମୂଳ ସଂସ୍କୃତ ମହାଭାରତର କଥାବସ୍ତୁକୁ ଅବଲମ୍ବନ କରିଥିଲେ ମଧ୍ୟ, କବି ନିଜର ଅସାଧାରଣ କଳ୍ପନା ଚାତୁରୀ ବଳରେ ତତ୍କାଳୀନ ଉତ୍କଳୀୟ ସମାଜର ଆତ୍ମା ପ୍ରତିଷ୍ଠା କରିପାରିଛନ୍ତି। ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ଵ କାଳରେ ରଚିତ ଏହି ଗ୍ରନ୍ଥଟିରେ ଓଡ଼ିଶାର ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅର୍ଥନୈତିକ ଜୀବନର ନିଖୁଣ ଚିତ୍ର ପ୍ରଦାନ କରିଛନ୍ତି । ଏହି ପ୍ରବନ୍ଧରେ ସାରଳା ମହାଭାରତରେ ବର୍ଣ୍ଣିତ ଓଡ଼ିଆ ସମାଜର ବିଭିନ୍ନ ଦିଗ, ଯଥା- କୃଷିଭିତ୍ତିକ ଜୀବନଶୈଳୀ, ବାରମାସରେ ତେର ପର୍ବର ପରମ୍ପରା, ଜଗନ୍ନାଥ ସଂସ୍କୃତି, ବିବାହ ବିଧି ଏବଂ ଲୋକବିଶ୍ଵାସ ଉପରେ ଆଲୋକପାତ କରିଛନ୍ତି। କବିଙ୍କ ବର୍ଣ୍ଣନାରେ ଓଡ଼ିଆ ଘରର ପାକପ୍ରଣାଳୀ, ବେଶଭୂଷା, ଅଳଙ୍କାର ଏବଂ ସାମାଜିକ ରୀତିନୀତି ଏତେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ପାଠକ ମାନଙ୍କୁ ତତ୍କାଳୀନ ଓଡ଼ିଶାର ପୁରପଲ୍ଲୀ ପ୍ରତି ଏକ ଅହେତୁକ ମମତ୍ଵବୋଧର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛନ୍ତି। ଏତତ୍ ବ୍ୟତୀତ ସେ ସମୟର ଶିଳ୍ପ, ସ୍ଥାପତ୍ୟ, ଯୁଦ୍ଧବିଦ୍ୟା, ତନ୍ତ୍ର-ମନ୍ତ୍ର ଏବଂ ଜଡ଼ିବୁଟିର ବ୍ୟବହାର କବିଙ୍କ ଗଭୀର ସମାଜ ଦର୍ଶନର ପରିଚୟ ଦେଇପାରିଛି । ସାରଳା ମହାଭାରତ ଓଡ଼ିଆ ଜାତିର ସ୍ଵାଭିମାନ ଓ ଐତିହ୍ୟର ଏକ ଜ୍ଵଳନ୍ତ ପ୍ରତିଛବି, ଏହା ହି ପ୍ରବନ୍ଧଟିର ମୁଖ୍ୟ ପ୍ରତିପାଦ୍ୟ ବିଷୟବସ୍ତୁ।

Keywords:

ସାରଳାଦାସ, ସାରଳାମହାଭାରତ, ସମାଜଚିତ୍ର, ଉତ୍କଳୀୟ ସଂସ୍କୃତି, ଲୋକାଚାର ଓ ବିଶ୍ୱାସ

How to Cite this Article:

ଡଃ. ସୁଚିତ୍ରା ମହାନ୍ତି. ସାରଳା ମହାଭାରତରେ ସମାଜ ଚିତ୍ର. International Journal of Contemporary Research in Multidisciplinary. 2026: 5(2):888-894


Download PDF