IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(5):224-240

ଶକ୍ତିପୂଜା ଓ ଓଡ଼ିଆ ଓଷାବ୍ରତ : ଏକ ନୃତାତ୍ତ୍ଵିକ ଅନୁଶୀଳନ

Author Name: Sahil Kumar Nayak;  

1. Lecturer, Department of Odia Language and Literature, Brahmapur, Ganjam, Odisha, India

Abstract

ସୃଷ୍ଟିର ଆଦ୍ୟସ୍ପନ୍ଦନ ତଥା ଜୀବନର ପରମ ଆଧାର ଭାବରେ ଉତ୍କଳୀୟ ସଂସ୍କୃତିରେ 'ମାତୃତତ୍ତ୍ଵ' ବା 'ଶକ୍ତି'ର ଆରାଧନା ଯୁଗାଦି କାଳରୁ ପ୍ରଚଳିତ। ମହାଶକ୍ତିଙ୍କର ଏହି ଶାସ୍ତ୍ରୀୟ ତଥା ଦାର୍ଶନିକ ଉପାସନା, ଓଡ଼ିଶାର ପୁରପଲ୍ଲୀରେ ଦୈନନ୍ଦିନ ଲୋକଜୀବନ ସହ ଏକାକାର ହୋଇ 'ଓଷା ଓ ବ୍ରତ'ର ରୂପ ନେଇଛି। ଏହି ନିବନ୍ଧଟିରେ ଶକ୍ତିପୂଜାର ତାତ୍ତ୍ୱିକ ଦିଗ ଏବଂ ଓଡ଼ିଆ ଓଷାବ୍ରତରେ ଏହାର ପ୍ରାୟୋଗିକ ତଥା ଲୋକାୟତ ପ୍ରତିଫଳନର ଏକ ତୁଳନାତ୍ମକ ବିଶ୍ଳେଷଣ କରାଯାଇଛି। ଓଡ଼ିଆ ଘରର ନାରୀମାନଙ୍କ ଦ୍ୱାରା ପାଳିତ ମାଣବସା, ସୁଦଶା ବ୍ରତ, ଖୁଦୁରୁକୁଣୀ ଓଷା କିମ୍ବା ସାବିତ୍ରୀ ବ୍ରତ ଆଦି କେବଳ ମାତ୍ର କେତୋଟି ଧାର୍ମିକ କର୍ମକାଣ୍ଡ ନୁହେଁ, ଅପିତୁ ଏହା ହେଉଛି ନାରୀ ମନସ୍ତତ୍ତ୍ୱ, ପାରିବାରିକ କଲ୍ୟାଣ, ତ୍ୟାଗ ଏବଂ ସୃଜନଶୀଳତାର ଏକ ଅପୂର୍ବ ସାମାଜିକ ତତ୍ତ୍ଵ। ପ୍ରସ୍ତୁତ ନିବନ୍ଧରେ ଏହା ଦର୍ଶାଇବାକୁ ପ୍ରୟାସ କରାଯାଇଛି ଯେ, କିପରି ଏକ ବିଶାଳ ବ୍ରହ୍ମାଣ୍ଡୀୟ ଈଶ୍ୱରୀୟ ସତ୍ତା (ଶକ୍ତି), ଓଷାବ୍ରତ ମାଧ୍ୟମରେ ମମତାମୟୀ, ଦୟାମୟୀ, କୃପାମୟୀ, କରୁଣାମୟୀ ତଥା ବତ୍ସଲ୍ୟମୟୀ ହୋଇ ଆପଣାର ମାତୃରୂପରେ ଓଡ଼ିଆ ଜନମାନସରେ ପୂଜା ପାଇଆସୁଛନ୍ତି। ଏହା ସହିତ ନାରୀକୈନ୍ଦ୍ରିକ ଏହି ପରମ୍ପରାଗୁଡ଼ିକ କିପରି ସାମାଜିକ ଶୃଙ୍ଖଳା, କୃଷିଭିତ୍ତିକ ଅର୍ଥନୀତି ଏବଂ ମୂଲ୍ୟବୋଧର ସୁରକ୍ଷା ଦିଗରେ ସହାୟକ ହୋଇଛି, ତାହାର ଏକ ବୌଦ୍ଧିକ ଅବତାରଣା ଏହି ନିବନ୍ଧର ମୁଖ୍ୟ ଉଦ୍ଦେଶ୍ୟ।

 

Keywords

ଶକ୍ତିଉପାସନା, ମାତୃତତ୍ତ୍ଵ, ଓଷାବ୍ରତ, ଲୋକସଂସ୍କୃତି, ନାରୀକୈନ୍ଦ୍ରିକପରମ୍ପରା, ଲୋକଜୀବନ, ଲୋକଧର୍ମ, ସାମାଜିକମୂଲ୍ୟବୋଧ