IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(1):970-973

ଫକୀରମୋହନଙ୍କ ଗଳ୍ପରେ ନାରୀଶିକ୍ଷାର ଆବେଦନ : ଏକ ପୁନର୍ମୂଲ୍ୟାୟନ

Author Name: ଆଲୋକ ରଞ୍ଜନ ଷଡ଼ଙ୍ଗୀ;  

1. ଅଧ୍ୟାପକ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ, ଭୁବନ, ଢେଙ୍କାନାଳ, ଭାରତ

Abstract

ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟର ଆଦି କଥାଶିଳ୍ପୀ। କଥାସମ୍ରାଟ ଫକୀରମୋହନଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ରେବତୀକୁ ସମାଲୋଚକମାନେ ନାରୀଶିକ୍ଷା ସପକ୍ଷରେ ଏକ ଦୃଢ଼ ଇସ୍ତାହାର ଭାବରେ ବିବେଚନା କରିଥାନ୍ତି। କିନ୍ତୁ ଏହି ପ୍ରବନ୍ଧରେ ଫକୀରମୋହନ ସେନାପତିଙ୍କ ରେବତୀ ଗଳ୍ପ ସମେତ ଅନ୍ୟ ଗଳ୍ପ ସାହିତ୍ୟରେ ନାରୀଶିକ୍ଷାର ଆବେଦନକୁ ଏକ ପୁନର୍ମୂଲ୍ୟାୟନ କରାଯାଇଛି। ଲେଖକ ଫକୀରମୋହନଙ୍କ ପ୍ରଥମ ଗଳ୍ପ ‘ରେବତୀ’ରେ ନାରୀଶିକ୍ଷାକୁ କୁସଂସ୍କାର ଓ ଅନ୍ଧବିଶ୍ୱାସର ପ୍ରତୀକ ଭାବରେ ଉପସ୍ଥାପନ କରିବାରେ ଥିବା ସାମାଜିକ ପ୍ରତିବଦ୍ଧତାର ଅଭାବ ଏବଂ ଲେଖକୀୟ ଶିଥିଳତାକୁ ସମ୍ପର୍କରେ ଆଲୋକପାତ କରାଯଇଛି। ତତ୍କାଳୀନ ସମାଜର ବିରୋଧୀ ପରିବେଶ, ଲେଖକଙ୍କ ଆତ୍ମଚରିତ ଉକ୍ତି ଏବଂ ଗଳ୍ପର ପ୍ରଭାବକୁ ଆଧାର କରି ଏହାକୁ ଏକ ଐତିହାସିକ ତ୍ରୁଟି ଭାବରେ ଚିହ୍ନଟ କରାଯାଇଛି। ପରବର୍ତ୍ତୀ ଗଳ୍ପ ‘ସଭ୍ୟଜମିଦାର’, ‘ପାଠୋଇ ବୋହୂ’ ଏବଂ ବିଶେଷକରି ଶେଷ ଗଳ୍ପ ‘ଗାରୁଡିମନ୍ତ୍ର’ ମାଧ୍ୟମରେ ଫକୀରମୋହନଙ୍କ ଦୃଷ୍ଟିଭଙ୍ଗୀର କ୍ରମିକ ପରିବର୍ତ୍ତନ ଏବଂ ନାରୀଶିକ୍ଷା ଓ ନବଚେତନା ପ୍ରତି ଅନୁକୂଳ ସ୍ଥିତି ଗ୍ରହଣକୁ ଆଲୋଚନା କରାଯାଇଛି। ପ୍ରବନ୍ଧଟି ସାହିତ୍ୟ ଓ ସମାଜ ସଂସ୍କାରର ପରସ୍ପର ସମ୍ପର୍କକୁ ଗୁରୁତ୍ୱ ଦେଇ ଫକୀରମୋହନଙ୍କ ରଚନାର ଏକ ସନ୍ତୁଳିତ ପୁନର୍ବିଚାର ପ୍ରସ୍ତାବ କରୁଛି।

Keywords

ଫକୀରମୋହନ ସେନାପତି, ନାରୀଶିକ୍ଷା, ରେବତୀ, ଗାରୁଡିମନ୍ତ୍ର, ପାଠୋଇ ବୋହୂ, ସଭ୍ୟଜମିଦାର, ଓଡ଼ିଆ ଗଳ୍ପ ସାହିତ୍ୟ, ସମାଜ ସଂସ୍କାର, କୁସଂସ୍କାର, ନବଚେତନା।