IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(1):965-969

ଆଧୁନିକତାର ପରିପ୍ରେକ୍ଷୀରେ ଫକୀରମୋହନଙ୍କ 'ଅଜାନାତି କଥା': ଏକ ଅଧ୍ୟୟନ

Author Name: ଆଲୋକ ରଞ୍ଜନ ଷଡ଼ଙ୍ଗୀ;  

1. ଅଧ୍ୟାପକ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ, ଭୁବନ, ଢେଙ୍କାନାଳ।

Abstract

ଫକୀରମୋହନ ସେନାପତିଙ୍କ କ୍ଷୁଦ୍ରଗଳ୍ପ ‘ଅଜାନାତି କଥା’କୁ ଆଧୁନିକତାର ପରିପ୍ରେକ୍ଷୀରେ ବିଶ୍ଳେଷଣ କରାଯାଇଥିବା ଏହି ଆଲୋଚନାରେ ପ୍ରତିପାଦିତ ହୋଇଛି ଯେ ଫକୀରମୋହନ ଔପନିବେଶିକବାଦ ଓ ପାରମ୍ପରିକ ଋଢ଼ିବାଦର ବିରୋଧରେ ଏକ ସନ୍ତୁଳିତ ଆଧୁନିକତାର ପରମ୍ପରା ନିର୍ମାଣ କରିଥିଲେ। ‘ଅଜାନାତି କଥା’ ଏକ ସତ୍ୟଘଟଣାମୂଳକ ରିପୋର୍ଟିଂ ଶୈଳୀର ରଚନା ଯାହା ଗଳ୍ପଧର୍ମର ପରିବର୍ତ୍ତେ ଉନବିଂଶ ଶତାବ୍ଦୀର ଶେଷଭାଗରେ ଓଡ଼ିଆ ଗଦ୍ୟସାହିତ୍ୟର ନବଜାଗରଣ ଓ ପାରମ୍ପରିକ ବିଶ୍ୱାସ ବନାମ୍ ନବ୍ୟବିଚାରବୋଧର ଦ୍ୱନ୍ଦ୍ୱକୁ ଉଦ୍‌ଘାଟିତ କରେ। ଅଜା ରାମ ଦ୍ୱିବେଦୀ ଓ ନାତି ଗଣପତିଙ୍କ କଥୋପକଥନ ମାଧ୍ୟମରେ ଲେଖକ ନିଜର ଆଧୁନିକ ଚେତନାର ପ୍ରତିଫଳନ ଘଟାଇଛନ୍ତି। ସମାଲୋଚକମାନଙ୍କ କଳାତ୍ମକତା ଓ ଶିଳ୍ପଗତ ଦୁର୍ବଳତାର ସମାଲୋଚନାକୁ ଖଣ୍ଡନ କରି ଏହି ରଚନାର ଐତିହାସିକ ଓ ସାମାଜିକ ମହତ୍ତ୍ୱକୁ ପ୍ରତିପାଦିତ କରାଯାଇଛି। ଅଜାନାତି କଥାକୁ ଓଡ଼ିଆ ସାହିତ୍ୟରେ ଗଦ୍ୟର ବିଜୟ ଓ ଯୌକ୍ତିକତାର ପ୍ରସାରର ଏକ ଶକ୍ତିଶାଳୀ ଦଲିଲ୍ ଭାବେ ଗ୍ରହଣ କରାଯାଇଛି ।

Keywords

ଫକୀରମୋହନ ସେନାପତି, ଅଜାନାତି କଥା, ଆଧୁନିକତା, ଗଦ୍ୟସାହିତ୍ୟ, ନବଜାଗରଣ, ପାରମ୍ପରିକତା ବନାମ୍ ଆଧୁନିକତା