IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(1):962-964

ଓଡ଼ିଆ ସାହିତ୍ୟରେ ନବଜାଗରଣର ପ୍ରଭାବ

Author Name: ଡକ୍ଟର ଶୁଭଦର୍ଶିନୀ ପରିଡ଼ା ଏମ୍;  

1. ଅଧ୍ୟାପିକା, ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକ

Abstract

ସମାଜ -ସଂସ୍କୃତି -ସାହିତ୍ୟ ଚିର ପରିବର୍ତ୍ତନଶୀଳ। ପରିବର୍ତ୍ତନର ଆବଶ୍ୟକତା ସେତେବେଳେ ହୁଏ, ଯେତେବେଳେ ପୁରାତନ ନୀତି ନିୟମ ଆଦର୍ଶରେ ସମାଜ ମଣିଷ ଆଣନିଃଶ୍ୱାସୀ ହୋଇପଡ଼େ। ପୁରୁଣାକୁ ଛାଡି ନୂଆକୁ ଗ୍ରହଣ କରିବା ହେଉଛି ମଣିଷ ସମାଜର ସହଜାତ ପ୍ରକୃତି।ନୂତନକୁ ନ ଆପଣେଇଲେ କୌଣସି ସମାଜର ତିଷ୍ଠି ରହି ପାରିବ ନାହିଁ। ତେଣୁ ଏହି ପରିବର୍ତ୍ତନ ଯୁଗଯୁଗରୁ ଚାଲି ଆସୁଛି। ଦିନେ ଯାହା ନୂତନ ରୂପେ ଆବିର୍ଭାବ ହୁଏ ପରବର୍ତ୍ତୀ ସମୟରେ ତାହାହିଁ ବିବର୍ତ୍ତନ ଧାରାରେ ପୁରାତନ ହୋଇଯାଏ। ସାହିତ୍ୟ ମଧ୍ୟ ସେହିପରି ପ୍ରାଚୀନରୁ ଆଧୁନିକ, ଆଧୁନିକରୁ ଉତ୍ତରଆଧୁନିକ, ଉତ୍ତରଆଧୁନିକରୁ ଦେଇ ଗତିକରି ଆସିଛି। ଏହି ପରିବର୍ତ୍ତନକୁ ନବଜାଗରଣ କୁହାଗଲା। ଯାହା ବିଶ୍ୱସାହିତ୍ୟରୁ ଆରମ୍ଭ ହୋଈ ଭାରତୀୟ ସାହିତ୍ୟ ମଧ୍ୟଦେଇ ଓଡ଼ିଆ ସାହିତ୍ୟରେ ସୃଷ୍ଟି ହେଲା।

Keywords

ନବଜାଗରଣ, ପ୍ରାଚୀନ, ବିଶ୍ୱ ସାହିତ୍ୟ, ପତ୍ରପତ୍ରିକା, ସମାଜ, ସାହିତ୍ୟବ, ସଂସ୍କୃତି ।