IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(1):950-953

ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ମାର୍କସୀୟ ଚେତନା

Author Name: ଡକ୍ଟର ଶ୍ରୀକାନ୍ତ କୁମାର ବାରିକ;  

1. ସହକାରୀ ପ୍ରଫେସର, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର, ଓଡ଼ିଶା, ଭାରତ

Abstract

ମାର୍କ୍ସବାଦ ହେଉଛି ବିଜ୍ଞାନ ସମ୍ମତ ସମାଜ - ଅର୍ଥନୀତିକ ସିଦ୍ଧାନ୍ତ (Socio- Economical Theory); ଯେଉଁଥିରେ ବୁର୍ଜ୍ଜୁଆ ଗୋଷ୍ଠୀର ଶୋଷଣ ନୀତି ଓ ତାର ପ୍ରବୃତ୍ତିକୁ ବିରୋଧ କରିବା ସହିତ ଏକ ଶ୍ରେଣୀହୀନ ସମାଜର ପ୍ରତିଷ୍ଠା ଲାଗି ସ୍ୱର ଉତ୍ତୋଳନ କରାଯାଇଥାଏ। ଏହା ସହିତ ଜନସାଧାରଣଙ୍କ ଭୂମି, ଶିଳ୍ପ, ସଂସ୍କୃତି, କଳା ଓ ସମାଜ ଅର୍ଥନୀତିକ ସଂକଟକୁ ଅତି ସୂକ୍ଷ୍ମାତିସୂକ୍ଷ୍ମ  ଭାବେ ବିଶ୍ଲେଷଣ କରି ଏକ ମୁକ୍ତିର ବାଟ ଫିଟାଏ। ଓଡ଼ିଆ ସାହିତ୍ୟରେ ଏହି ଚେତନାକୁ ଆଧାର କରି ୧୯୩୫ ମସିହାରୁ ଏଯାବତ୍ ଅନେକ ପ୍ରବନ୍ଧ ଲେଖା ହୋଇଛି।ମାର୍କ୍ସୀୟ ବିଚାରର ବିଭିନ୍ନ ଦିଗ ଯେପରି - ଦ୍ବନ୍ଦ୍ବାତ୍ମକ ବସ୍ତୁବାଦ, ଶ୍ରେଣୀ ସଂଘର୍ଷ ତତ୍ତ୍ଵ, ଐତିହାସିକ ବସ୍ତୁବାଦ, ସାମ୍ୟବାଦ, ବିପ୍ଳବ ଆଦିକୁ ଭାବପ୍ରସ୍ତ ଭାବରେ ଗ୍ରହଣ କରି ଆମ ପ୍ରାବନ୍ଧିକମାନେ ନୂତନ ବିମର୍ଷ ତିଆରି କରିଛନ୍ତି । ଆଲୋଚ୍ୟ ପ୍ରବନ୍ଧର ଉଦ୍ଦେଶ୍ୟ ହେଉଛି ଏହାର ଗୁଣସୂତ୍ର ନିର୍ଣ୍ଣୟ।

Keywords

ମାର୍କ୍ସବାଦ, ଓଡ଼ିଆ ପ୍ରବନ୍ଧ ସାହିତ୍ୟ, ଶ୍ରେଣୀ ସଂଘର୍ଷ ତତ୍ତ୍ଵ, ସାମ୍ୟବାଦ, ଐତିହାସିକ ବସ୍ତୁବାଦ।