IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2025;4(4):779-784

ଗୁରୁପ୍ରସାଦଙ୍କ ‘କାଳପୁରୁଷ’ ଓ ଟି.ଏସ୍.ଏଲିଅଟ୍‌ଙ୍କ ‘ଦି ୱେଷ୍ଟ୍‌ ଲ୍ୟାଣ୍ଡ୍’: ଏକ ଅଧ୍ୟୟନ

Author Name: ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ;  

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କଳିଙ୍ଗ ମହାବିଦ୍ୟାଳୟ, ଘୁ. ଉଦୟଗିରି, କନ୍ଧମାଳ, ଓଡ଼ିଶା, ଭାରତ

Abstract

‘କାଳପୁରୁଷ’ ଓ ‘ଦି ୱେଷ୍ଟ୍‌ ଲ୍ୟାଣ୍ଡ୍’ (The Waste Land) ପାଠକକୁ ମାନବୀୟ ସଭ୍ୟତାର ଅବକ୍ଷୟ ଓ ନୈତିକ ସଂକଟର ଦୁଇଟି ଭିନ୍ନ ଭୌଗୋଳିକ ଚିତ୍ରପଟ ସହ ପରିଚିତ କରାଏ। ପ୍ରଥମ ବିଶ୍ୱଯୁଦ୍ଧୋତ୍ତର ବିପର୍ଯ୍ୟସ୍ତ ଇଉରୋପୀୟ ଜନଜୀବନ ଓ ଯୁଗଯନ୍ତ୍ରଣାକୁ ନେଇ ଟି.ଏସ୍. ଏଲିଅଟ୍ ଯେଉଁ କାବ୍ୟିକ ପରୀକ୍ଷାନିରୀକ୍ଷା କରିଥିଲେ, ତାରି ଆତ୍ମିକ ଓ ଆଂଗିକ ପ୍ରଭାବରେ ଓଡ଼ିଆ କବି ଗୁରୁପ୍ରସାଦ ମହାନ୍ତିଙ୍କ ‘କାଳପୁରୁଷ’ ଋଦ୍ଧିମନ୍ତ। ଏହି ଆଲୋଚନାତ୍ମକ ନିବନ୍ଧରେ ଉଭୟ କାବ୍ୟସୃଷ୍ଟିର ସାଦୃଶ୍ୟ ଓ ବୈସାଦୃଶ୍ୟକୁ ତୁଳନାତ୍ମକ ସାହିତ୍ୟ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇଛି। ଏଲିଅଟ୍ ପାଶ୍ଚାତ୍ୟ ପୁରାଣ, ବାଇବେଲ୍ ଓ ସଂସ୍କୃତ ଉପନିଷଦ୍ ଭିତ୍ତିରେ ‘ଦି ୱେଷ୍ଟ୍‌ ଲ୍ୟାଣ୍ଡ୍’ର ପରିକଳ୍ପନା କରିଥିବା ବେଳେ, ଗୁରୁପ୍ରସାଦ ମହାଭାରତର ‘ମୂଷଳ ପର୍ବ’, ଭାଗବତର ଉଦ୍ଧବ-ଅକ୍ରୂର ଚରିତ୍ର ଏବଂ ରାଜା ପରୀକ୍ଷିତଙ୍କ ମିଥ୍ ମାଧ୍ୟମରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ରୁଗ୍‌ଣ ମାନସିକତା, ଛଳନା ଓ ନିଃସଙ୍ଗତାକୁ ରୂପାୟନ କରିଛନ୍ତି। ଏଲିଅଟ୍‌ଙ୍କ ‘ଏପ୍ରିଲ୍’ର ନିଷ୍ଠୁରତା ଗୁରୁପ୍ରସାଦଙ୍କ ‘ବର୍ଷାଋତୁ’ର ନିର୍ମମତା ଭିତରେ ପ୍ରତିଧ୍ୱନିତ। ଲଣ୍ଡନ ବ୍ରିଜ୍‌ର ଛାୟାମୂର୍ତ୍ତିମାନେ ଏଠାରେ ରାଣୀହାଟ ପଥର ପୋଲର ନିରନ୍ନ ଜନତା ଭାବେ ଉଭା ହୋଇଛନ୍ତି। ବସ୍ତୁତଃ, ପ୍ରାବନ୍ଧିକ ଉଭୟ କବିତାର ପାଞ୍ଚୋଟି ପର୍ଯ୍ୟାୟଗତ ବିବର୍ତ୍ତନକୁ ଆଧାର କରି ଦର୍ଶାଇଛନ୍ତି ଯେ ‘କାଳପୁରୁଷ’ କେବଳ ଏକ ଅନୁକରଣ ନୁହେଁ, ବରଂ ଓଡ଼ିଆ ମାଟି ଓ ସଂସ୍କୃତିର ସଂସ୍କାର ଭିତରେ ବ୍ୟକ୍ତି ଚେତନାକୁ ବିଶ୍ୱ-ଚେତନାରେ ରୂପାନ୍ତରିତ କରିବାର ଏକ ସାରସ୍ୱତ ଉଦ୍ୟମ।

Keywords

ତୁଳନାତ୍ମକ ସାହିତ୍ୟ, ଯୁଗଯନ୍ତ୍ରଣା, ପୌରାଣିକ ମିଥ୍, କାଳପୁରୁଷ, ଦି ୱେଷ୍ଟ୍‌ ଲ୍ୟାଣ୍ଡ୍, ନିଃସଙ୍ଗତାବୋଧ