IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2025;4(6):751-754

ଓଡ଼ିଆ ସାହିତ୍ୟର ବିକାଶରେ କନ୍ଧମାଳର ପତ୍ରପତ୍ରିକା

Author Name: ଡ଼ . ନଳିନୀ କୁମାର ପାଣିଗ୍ରାହୀ;  

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କଳିଙ୍ଗ ମହାବିଦ୍ୟାଳୟ, ଘୁ. ଉଦୟଗିରି, କନ୍ଧମାଳ, ଓଡ଼ିଶା, ଭାରତ

Abstract

ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ତଥା ଜନମାନସରେ ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ଜାଗରଣ ସୃଷ୍ଟି କରିବାରେ ସାରସ୍ଵତ ପତ୍ରପତ୍ରିକାର ଭୂମିକା ଅନନ୍ୟ । ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ଧାରାରେ ଆଞ୍ଚଳିକ ପତ୍ରପତ୍ରିକା ଗୁଡ଼ିକର ଅବଦାନକୁ ଅସ୍ଵୀକାର କରାଯାଇନପାରେ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳରୁ ପ୍ରକାଶିତ ସାହିତ୍ୟିକ, ସାମାଜିକ ଓ ସମ୍ବାଦଧର୍ମୀ ପତ୍ରପତ୍ରିକାର ଐତିହାସିକ ବିବର୍ତ୍ତନ ଓ ଅବଦାନ ସମ୍ପର୍କରେ ଏହି ପ୍ରବନ୍ଧରେ ଆଲୋଚନା କରାଯାଇଛି । ୧୯୪୫ ମସିହାରେ ପ୍ରକାଶିତ ଜିଲ୍ଲାର ପ୍ରଥମ ପତ୍ରିକା ‘ବୌଦ୍ଧ ବାର୍ତ୍ତା’ ଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଘୁ. ଉଦୟଗିରି, ଫୁଲବାଣୀ, ବାଲିଗୁଡା, ଦାରିଙ୍ଗବାଡି ଆଦି ଅଞ୍ଚଳରୁ ଆତ୍ମପ୍ରକାଶ କରିଥିବା ବିଭିନ୍ନ ପତ୍ରିକା ଯଥା— ‘ଅନ୍ଵେଷଣ’, ‘ସଂଗ୍ରାମ’, ‘ବନମାଳା’, ‘ଇପ୍ସିତା’, ‘ବନଜ୍ୟୋତ୍ସ୍ନା’, ‘କୁରେଈ’, ‘ହିରଣ୍ୟଦା’ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖପତ୍ର ଗୁଡ଼ିକର ସାରସ୍ଵତ ଭୂମିକାକୁ ଏଥିରେ ସମୀକ୍ଷା କରାଯାଇଛି । ଭୌଗୋଳିକ ଓ ଆର୍ଥିକ ପ୍ରତିକୂଳତା ସତ୍ତ୍ୱେ କନ୍ଧମାଳର ସାରସ୍ଵତ ସାଧକ ଓ ବୁଦ୍ଧିଜୀବୀମାନଙ୍କ ପ୍ରଚେଷ୍ଟାରେ ପ୍ରକାଶିତ ଏହି ସ୍ଵଳ୍ପଜୀବୀ ଓ ଦୀର୍ଘଜୀବୀ ପତ୍ରପତ୍ରିକା ଗୁଡ଼ିକ କିପରି ନୂତନ ସ୍ରଷ୍ଟା ସୃଷ୍ଟି କରିବା ସହ ଓଡ଼ିଆ ସାହିତ୍ୟର ବିକାଶରେ ‘ଗୁଣ୍ଡୁଚି ମୂଷା’ର ସଫଳ ଭୂମିକା ନିର୍ବାହ କରିଛନ୍ତି, ତାହା ଦର୍ଶାଇବା ହିଁ ଏହି ସନ୍ଦର୍ଭର ମୂଳ ଆଭିମୁଖ୍ୟ ।

Keywords

ଓଡ଼ିଆ ସାହିତ୍ୟ, କନ୍ଧମାଳ, ପତ୍ରପତ୍ରିକା, ସାରସ୍ଵତ ଜାଗରଣ, ବନଜ୍ୟୋତ୍ସ୍ନା, ମୁଖପତ୍ର ।