IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2025;4(6):777-785

ଚରିତ ନାଟକର ପରିଭାଷା ଓ ସ୍ଵରୂପ ବିଚାର

Author Name: ଲୋଚନ ଖଣ୍ଡେଇ;  

1. ଅଧ୍ୟାପିକା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଏକାମ୍ର ମହାବିଦ୍ୟାଳୟ, ଭୁବନେଶ୍ୱର, ଓଡ଼ିଶା, ଭାରତ

Paper Type: research paper
Article Information
Paper Received on: 2025-11-14
Paper Accepted on: 2025-12-25
Paper Published on: 2025-12-30
Abstract:

ଓଡ଼ିଆ ନାଟ୍ୟ ସାହିତ୍ୟର ଏକ ପ୍ରମୁଖ ଓ ସ୍ୱତନ୍ତ୍ର ବିଭାଗ ହେଉଛି ଚରିତ ନାଟକ। ଏହା ବାସ୍ତବ ମହାପୁରୁଷ ଓ ବିଖ୍ୟାତ ବ୍ୟକ୍ତିତ୍ୱଙ୍କ ଜୀବନ ଆଧାରିତ ହୋଇଥାଏ ଏବଂ ନାଟ୍ୟରୂପରେ ତାଙ୍କର ଆଦର୍ଶ, ସଂଘର୍ଷ, ସାଧନା ଓ ପରିଣତିକୁ ଉପସ୍ଥାପନ କରେ। ଏହି ଆଲୋଚନାରେ ଚରିତ ନାଟକର ପରିଭାଷା ସଂପର୍କରେ ହେମନ୍ତ କୁମାର ଦାସ, ଡ. ଭକ୍ତମଞ୍ଜରୀ ଦାଶ (ମିଶ୍ର) ଓ ନୀଳାଦ୍ରିଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟର ସମୀକ୍ଷା କରାଯାଇଛି। ଏହାକୁ ଐତିହାସିକ ନାଟକରୁ ପୃଥକ କରି ନାୟକର ବ୍ୟକ୍ତିତ୍ୱ ଐକ୍ୟ (Unity of Hero)କୁ ମୁଖ୍ୟ ଆଧାର ଭାବେ ସ୍ଥାପନ କରାଯାଇଛି। ଚରିତ ନାଟକର ସ୍ୱରୂପ ବିଶ୍ଳେଷଣ କରିବା ସମୟରେ କାହାଣୀ, ଚରିତ୍ର, ସଂଳାପ, ଦ୍ୱନ୍ଦ୍ୱ, ଉତ୍କଣ୍ଠା, ପରିବେଶ ଓ ସଙ୍ଗୀତ ପରି ମୂଳ ଉପାଦାନଗୁଡ଼ିକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହା କେବଳ ମନୋରଞ୍ଜନାତ୍ମକ ନୁହେଁ ବରଂ ଶିକ୍ଷାମୂଳକ, ପ୍ରେରଣାଦାୟୀ ଓ ସମାଜ ଗଠନମୂଳକ ଭୂମିକା ଗ୍ରହଣ କରେ। ପ୍ରାଚୀନ ନାଟ୍ୟଶାସ୍ତ୍ରର ଦୃଷ୍ଟିଭଙ୍ଗୀ ସହ ଆଧୁନିକ ସମାଲୋଚନାର ସମନ୍ୱୟ କରି ଚରିତ ନାଟକର ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରତିପାଦିତ ହୋଇଛି।

Keywords:

ଚରିତ ନାଟକ, ବାଇଗ୍ରୋଫିକାଲ୍ ପ୍ଲେ, ନାୟକ ଐକ୍ୟ, ଜୀବନୀମୂଳକ ନାଟକ, ଓଡ଼ିଆ ନାଟ୍ୟସାହିତ୍ୟ, କଥାବସ୍ତୁ, ଚରିତ୍ର, ଦ୍ୱନ୍ଦ୍ୱ, ସଙ୍ଗୀତ।

How to Cite this Article:

ଲୋଚନ ଖଣ୍ଡେଇ. ଚରିତ ନାଟକର ପରିଭାଷା ଓ ସ୍ଵରୂପ ବିଚାର. International Journal of Contemporary Research in Multidisciplinary. 2025: 4(6):777-785


Download PDF