International Journal of Contemporary Research In Multidisciplinary, 2025;4(5):657-660
ଓଡ଼ିଆ ଭାଷା ଆନ୍ଦୋଳନରେ ସମ୍ବାଦପତ୍ର ଓ ପତ୍ର ପତ୍ରିକାର ଭୂମିକା
Author Name: ଡଃ. ସୁଚିତ୍ରା ମହାନ୍ତି;
Paper Type: research paper
Article Information
Abstract:
ଭାଷା ହେଉଛି ସାହିତ୍ୟର ବାହକ । ମନୁଷ୍ୟ ବାଗ୍ ଯନ୍ତ୍ର ନିଃସୃତ ଅର୍ଥାବହ ଧ୍ୱନି ସମଷ୍ଟି ହେଉଛି ଭାଷା । ବିଭିନ୍ନ ସମୟରେ ଏହି ଭାଷାର ପରିବର୍ତ୍ତନ ଘଟିଛି । ଓଡ଼ିଆ ଭାଷା ଓଡ଼ିଆ ଜାତିର ଉଦ୍ଭବ ସହିତ ସୃଷ୍ଟି ହୋଇଛି । ଖ୍ରୀ.ପୂ. ତୃତୀୟ ଦଶକରୁ ଅଶୋକଙ୍କର ଅନୁଶାସନ ଓଡ଼ିଶାର ପ୍ରାଚୀନତମ ଭାଷା ଓ ଲିପିର ସଙ୍କେତ ବହନ କରିଛି ଏବଂ ପର୍ଯ୍ୟାୟକ୍ରମେ ଏହାର କ୍ରମବିକାଶ ମଧ୍ୟ ହୋଇଛି । ଭାଷା ଆନ୍ଦୋଳନ ସମୟରେ ସମ୍ବାଦପତ୍ର ଓ ପତ୍ରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଥାଏ । ଓଡ଼ିଆ ସମ୍ବାଦପତ୍ର ଗୌରୀଶଙ୍କର ରାୟଙ୍କ ସମ୍ପାଦିତ ଉତ୍କଳଦୀପିକା, ଫକୀର ମୋହନ ସେନାପତିଙ୍କ ସମ୍ପାଦିତ ସମ୍ବାଦବାହିକା, ଆଚାର୍ଯ୍ୟ ପ୍ୟାରୀ ମୋହନଙ୍କ ସମ୍ପାଦିତ ଉତ୍କଳ ପୁତ୍ର, ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦିତ ସମ୍ବଲପୁର ହିତୈଷିଣୀ, ଭୂପତି ନାଥ ବସୁଙ୍କ ସମ୍ପାଦିତ ନବ ସମ୍ବାଦ, ବୈକୁଣ୍ଠ ନାଥ ଦେଙ୍କ ସମ୍ପାଦନାରେ ପ୍ରକାଶିତ ଉତ୍କଳ ଦର୍ପଣ ପ୍ରଭୃତିଙ୍କ ଅବଦାନ ଅତୁଳନୀୟ ।
Keywords:
ଭାଷା, ଭାଷା ଆନ୍ଦୋଳନ, ସମ୍ବାଦପତ୍ର, ପତ୍ରପତ୍ରିକା, ସୁରକ୍ଷା ପ୍ରଭୁତି
How to Cite this Article:
ଡଃ. ସୁଚିତ୍ରା ମହାନ୍ତି. ଓଡ଼ିଆ ଭାଷା ଆନ୍ଦୋଳନରେ ସମ୍ବାଦପତ୍ର ଓ ପତ୍ର ପତ୍ରିକାର ଭୂମିକା. International Journal of Contemporary Research in Multidisciplinary. 2025: 4(5):657-660
Download PDF