IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(4):1015-1018

ଆଧୁନିକ ଓଡ଼ିଆ ସାହିତ୍ୟରେ ଅନୁପସ୍ଥିତି ସିଦ୍ଧାନ୍ତ ଓ ନୀରବତାର ଭାଷା

Author Name: ଆଶିଷ ନନ୍ଦ;   ଡ. ରୁଦ୍ରନାରାୟଣ ମହାପାତ୍ର;  

1. ଗବେଷକ, ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର, ଓଡ଼ିଶା, ଭାରତ

2. ସହଯୋଗୀ ପ୍ରଫେସର୍, ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର, ଓଡ଼ିଶା, ଭାରତ

Abstract

ପ୍ରସ୍ତୁତ ପ୍ରବନ୍ଧଟି ଆଧୁନିକ ଓଡ଼ିଆ ସାହିତ୍ୟ ପରିପ୍ରେକ୍ଷୀରେ ‘ଅନୁପସ୍ଥିତି ସିଦ୍ଧାନ୍ତ’ (Theory of Absence) ର ଏକ ତାତ୍ତ୍ୱିକ ଓ ପ୍ରୟୋଗାତ୍ମକ ବିଶ୍ଳେଷଣ ଉପସ୍ଥାପନ କରେ। ଉତ୍ତର-ସଂରଚନାବାଦ ଏବଂ ଜାକ୍ ଦେରିଦାଙ୍କ ବିଗଠନବାଦୀ ଦର୍ଶନ ଉପରେ ଆଧାରିତ ଏହି ସିଦ୍ଧାନ୍ତ ଦର୍ଶାଏ ଯେ, ପାଠ୍ୟରେ ପ୍ରତ୍ୟକ୍ଷ ଉପସ୍ଥିତ ଉପାଦାନ ତୁଳନାରେ ଯାହା ଅନୁପସ୍ଥିତ, ଅକୁହା ବା ନୀରବ, ତାହା ଅଧିକ ଗଭୀର ଅର୍ଥ ବହନ କରେ। ଅନୁପସ୍ଥିତି କୌଣସି ନକାରାତ୍ମକ ଶୂନ୍ୟତା ନୁହେଁ, ବରଂ ଏହା ଏକ ସକ୍ରିୟ ଉପସ୍ଥିତି (Presence in Absence)। ଏହି ପରିପ୍ରେକ୍ଷୀରେ ଅନୁପସ୍ଥିତି ସିଦ୍ଧାନ୍ତ ବିଷୟରେ ଆଲୋଚନ କରାଯିବା ସହିତ ଆଧୁନିକ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ମାଧ୍ୟମରେ ଅନୁପସ୍ଥିତ ସତ୍ତାର କଥନଗତ ଓ ମନସ୍ତାତ୍ତ୍ୱିକ ପ୍ରଭାବକୁ ଆଲୋଚନା କରାଯାଇଛି। ଏତଦ୍ ବ୍ୟତୀତ ଏହି ପ୍ରବନ୍ଧ ସାହିତ୍ୟରେ ନିରବତା ର ପ୍ରଭାବ ତଥା ଗୁରୁତ୍ୱକୁ ପ୍ରମାଣ କରିଛି। ସର୍ବୋପରି, ଏହି ଅଧ୍ୟୟନ ପ୍ରମାଣ କରେ ଯେ ଅନୁପସ୍ଥିତି ପାରମ୍ପରିକ ଲୋଗୋ-କେନ୍ଦ୍ରିକ ପାଠବିଧିକୁ ଭାଙ୍ଗି ପାଠକକୁ ପାଠ୍ୟର ଏକ ସହ-ନିର୍ମାତା ଭାବେ ପ୍ରତିଷ୍ଠିତ କରେ।

Keywords

ଅନୁପସ୍ଥିତି ସିଦ୍ଧାନ୍ତ, ବିଗଠନବାଦ, ଜାକ୍ ଦେରିଦା, ଅନୁପସ୍ଥିତିରେ ଉପସ୍ଥିତି, ଆଧୁନିକ ଓଡ଼ିଆ ସାହିତ୍ୟ, ନୀରବତା, ଅଦୃଶ୍ୟ ଚରିତ୍ର