International Journal of Contemporary Research In Multidisciplinary, 2026;5(3):183-192
କୁଇ ଲୋକାଚାରରେ କୁଇ ଲୋକବାଦ୍ୟର ପ୍ରାଧାନ୍ୟତା - ଜନଜାତି ସଂସ୍କୃତିର ସ୍ୱରସଂହିତା ଓ ସାମାଜିକ ପ୍ରାସଙ୍ଗିକତା : ଏକ ଅନ୍ଵେଷଣ
Author Name: ସାହିଲ କୁମାର ନାୟକ; ଡ଼. ସୁଚିତ୍ରା ମହାନ୍ତି;
Abstract
କୁଇ(କନ୍ଧ) ଜନଜାତିର ଜୀବନ-ଦର୍ଶନରେ ‘ବାଦ୍ୟ-ଧ୍ୱନି’ କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ଅପିତୁ ଏହା ସେମାନଙ୍କ ସାଂସ୍କୃତିକ ଚେତନାର ଏକ ଅଭିନ୍ନ ସ୍ପନ୍ଦନ। ପ୍ରକୃତିର ନିର୍ଜନ ଅରଣ୍ୟାନୀ ମଧ୍ୟରେ ନିନାଦିତ ହେଉଥିବା ଶିଙ୍ଗବାଜା, ଢୋଲ, ଏବଂ ମହୁରୀର ସ୍ୱର-ଲହରୀ କୁଇ ଲୋକାଚାରର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକଟି ସୋପାନକୁ ରୁଦ୍ଧିମନ୍ତ କରିଥାଏ। ଏହି ପ୍ରବନ୍ଧରେ କୁଇ ସଂସ୍କୃତିର ସେହି ଅଦୃଶ୍ୟ ଧ୍ୱନି-ବିଜ୍ଞାନକୁ ଏକ ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇଛି। ବିଶେଷକରି ମାଙ୍ଗଳିକ ବିବାହ ଉତ୍ସବରେ ‘ମହୁରୀ’ର ବିଦାୟୀ ମୂର୍ଚ୍ଛନା, ପର୍ବପର୍ବାଣୀରେ ‘ଢୁଲ’(ଢୋଲ)ର ବୀରତ୍ୱପୂର୍ଣ୍ଣ ଗର୍ଜନ ଏବଂ ଶୋକାକୁଳ ମୁହୂର୍ତ୍ତରେ ‘ଡ଼ଲ୍-ଗୁ’ (ସାଙ୍ଗ/ଚାଙ୍ଗୁ)ର ଗଭୀର ସାନ୍ଦ୍ର ସ୍ୱର କିପରି ସାମାଜିକ ସଂହତି ରକ୍ଷା କରେ, ତାହା ଏଠାରେ ତଥ୍ୟଭିତ୍ତିକ ଭାବେ ଉପସ୍ଥାପିତ। ଗବେଷଣାର ଅନ୍ତର୍ନିହିତ ସତ୍ୟ ଦର୍ଶାଏ, କୁଇ ବାଦ୍ୟର ପ୍ରତ୍ୟେକଟି ‘ତାଳ’ ମଧ୍ୟରେ ଏକ ଜୀବନ୍ତ ଇତିହାସ ଓ ପାରମ୍ପରିକ ଛନ୍ଦ ଲୁଚି ରହିଛି। ଆଧୁନିକତାର ପ୍ରଖର ସ୍ରୋତରେ ଏହି ଆଦିମ ଲୋକକଳା ଯେପରି ବିଲୁପ୍ତ ନହୁଏ, ସେଥିପାଇଁ ଏହାର ସଂରକ୍ଷଣ ଓ ଶାସ୍ତ୍ରୀୟ ମୂଲ୍ୟାୟନ ନିତାନ୍ତ ଜରୁରୀ। ଏହି ପ୍ରବନ୍ଧରେ କୁଇ ସମାଜର ବାଦ୍ୟ ପରମ୍ପରାକୁ କେବଳ ଏକ ମନୋରଞ୍ଜନର ମାଧ୍ୟମ ଭାବେ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ସେତୁ ଏବଂ ସାମାଜିକ ସମ୍ବିଧାନ ଭାବେ ପ୍ରତିଷ୍ଠିତ କରିବାକୁ ଏକ କ୍ଷୁଦ୍ର ପ୍ରୟାସ କରାଯାଇଛି। ପରିଶେଷରେ, ଏହି ପ୍ରବନ୍ଧଟି ଅରଣ୍ୟବାସୀଙ୍କ ଜୀବନ ସଙ୍ଗୀତକୁ ଲୋକଦରବାରରେ ସମ୍ୟକ୍ ନୂତନ ପରିଚୟ ପ୍ରଦାନ କରିବା ସହ କୁଇ ଲୋକ-ସଂସ୍କୃତିର ସୁରକ୍ଷା ପାଇଁ ଏକ ବିନମ୍ର ଲଘୁ ବୌଦ୍ଧିକ ପ୍ରୟାସ ମାତ୍ର ।
Keywords
କନ୍ଧ, କୁଇ-ଲୋକାଚାର, କୁଇ-ଲୋକବାଦ୍ୟ, କନ୍ଧମାଳ, କୁଇସଂସ୍କୃତି, କୁଇପର୍ବ,