IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(5):158-166

‘ଗୁରୁପ୍ରସାଦୀୟ’ କାବ୍ୟସୌଧ ରେ ମୃତ୍ୟୁର ରୂପାୟନ: ଏକ ଆଲୋଚନାତ୍ମକ ଦୃଷ୍ଟିପାତ The metaphor of death in ‘Guruprasad’s poetry: A critical look

Author Name: ରୁଦ୍ର ନାରାୟଣ ବେଉରା;  

1. ପ୍ରାକ୍ତନ ଛାତ୍ର, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ଵିଭାଗ, ବକ୍ସିଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱର, ଓଡ଼ିଶା, ଭାରତ

Paper Type: research paper
Article Information
Paper Received on: 2026-08-16
Paper Accepted on: 2026-09-06
Paper Published on: 2026-09-11
Abstract:

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ କବି ଗୁରୁପ୍ରସାଦ ମହାନ୍ତିଙ୍କ କାବ୍ୟ କଳ୍ପରେ ‘ମୃତ୍ୟୁ ଚେତନା’ ଏକ ପ୍ରମୁଖ ଓ କାଳଜୟୀ ବିଭବ ଭାବେ ଆତ୍ମପ୍ରକାଶ କରିଛି । ଦ୍ଵିତୀୟ ବିଶ୍ଵଯୁଦ୍ଧ ଓ ଶୀତଳ ଯୁଦ୍ଧର ବିଭୀଷିକା, ବ୍ୟକ୍ତିବାଦୀ ଚେତନା ଏବଂ ସାଂସ୍କୃତିକ ମୋହଭଙ୍ଗ ଜନିତ ଅସ୍ତିତ୍ଵବାଦୀ ସଂକଟରୁ ହିଁ ତାଙ୍କ କବିତାରେ ଏହି ମୃତ୍ୟୁବୋଧର ସୂତ୍ରପାତ ଘଟିଥିଲା । ତାଙ୍କର ପ୍ରସିଦ୍ଧ ଦୀର୍ଘ କବିତା ‘କାଳପୁରୁଷ’ରେ ସେ ମହାଭାରତ ଓ ଶ୍ରୀମଦ୍‌ଭାଗବତରୁ ଅକ୍ରୂର, ଉଦ୍ଧବ, ସାମ୍ବଙ୍କ ଲୌହମୂଷଳ ଅଭିଶାପ ଏବଂ ମହାରାଜା ପରୀକ୍ଷିତଙ୍କ ଭଳି ପୌରାଣିକ ଆଖ୍ୟାନ ସଂଗ୍ରହ କରି ଆଧୁନିକ ମଣିଷର ନୈତିକ ଅବକ୍ଷୟ ଓ ନିଶ୍ଚିତ ମୃତ୍ୟୁର କରାଳ ରୂପକୁ ଚମତ୍କାର ଭାବେ ଯୋଡ଼ି ଦେଇଛନ୍ତି । କବିଙ୍କ ମତରେ, ଏହି ଜଡ଼ବାଦୀ ଦୁନିଆରେ ଯାହାର ଭୌତିକ ସ୍ଥିତି ଅଛି ତା’ର ବିନାଶ ଅବଶ୍ୟମ୍ଭାବୀ । ତାଙ୍କର ଅନ୍ୟତମ କବିତା ସଙ୍କଳନ ‘ଆଶ୍ଚର୍ଯ୍ୟ ଅଭିସାର’ ରେ ‘ସାମ୍ନାରେ ଶୀତରାତି’ ଓ ‘ଲାଲ୍ ମାଟିର ରାସ୍ତା’ କବିତା ରେ  ସେ ପ୍ରକାଶ କରିଛନ୍ତି ଯେ, ସମୟର ନିଷ୍ଠୁର ଆଘାତ ସତ୍ତ୍ଵେ ମୃତ୍ୟୁରୂପୀ ମହାସମୁଦ୍ରକୁ ଭେଟିଲେ ସକଳ ସାଂସାରିକ ବୋଝ, ବିରକ୍ତିକର ସଂଘର୍ଷ ଓ ଯନ୍ତ୍ରଣାରୁ ଚିରମୁକ୍ତି ମିଳେ । ଗୀତାରେ ବର୍ଣ୍ଣିତ ଆତ୍ମାର ଅମରତ୍ଵ ଚେତନା ବିପରୀତରେ କବି ପ୍ରାଚୀନ ନାସ୍ତିକ ଦାର୍ଶନିକ ଚାର୍ବାକଙ୍କ ଭଳି ପୁନର୍ଜନ୍ମକୁ ଅସ୍ଵୀକାର କରି ମୃତ୍ୟୁକୁ ଏକ ସହଜ, ସ୍ଵାଭାବିକ ଓ ପ୍ରଶାନ୍ତ ଅବସର ଭାବେ ସ୍ଵାଗତ କରିଛନ୍ତି । ଶେଷ ଅଭିଳାଷରେ ମୃତ୍ୟୁର ଭୟକୁ ଅତିକ୍ରମ କରି କବି ଶବ୍ଦାତୀତ ଭାବରେ କେବଳ ଏତିକି ଗାନ କରିଛନ୍ତି—‘ମୃତ୍ୟୋର୍ମା ଅମୃତଂ ଗମୟ’। ଏହି ସୀମାହୀନ ମହାଶୂନ୍ୟରେ ସ୍ମୃତିର ପୃଷ୍ଠା ବି ଲିଭିଯାଏ, ବାକି ରହେ କେବଳ ଅନନ୍ତ ଚେତନା। ଗୁରୁପ୍ରସାଦଙ୍କର ଏହି ବାସ୍ତବବାଦୀ ଓ ଦାର୍ଶନିକ ମୃତ୍ୟୁ ଚେତନା ଓଡ଼ିଆ କାବ୍ୟ ଜଗତକୁ ସମୃଦ୍ଧ କରିବା ସହ ତାଙ୍କୁ ସାରସ୍ଵତ ଇତିହାସରେ ଚିର ସ୍ମରଣୀୟ କରି ରଖିଛି ।

 

Keywords:

ମୃତ୍ୟୁ ଚେତନା, ପ୍ରୟୋଗ ବାଦ, ଗୁରୁପ୍ରସାଦ ମହାନ୍ତି, ସମୁଦ୍ରସ୍ନାନ, ଭାଗବତ, ଆଶ୍ଚର୍ଯ୍ୟ ଅଭିସାର, କବି ଟି. ଏସ୍. ଏଲିଅଟ୍‌, ପୁରାଣକଳ୍ପ, କାଳପୁରୁଷ, କବିତା ।

How to Cite this Article:

ରୁଦ୍ର ନାରାୟଣ ବେଉରା. ‘ଗୁରୁପ୍ରସାଦୀୟ’ କାବ୍ୟସୌଧ ରେ ମୃତ୍ୟୁର ରୂପାୟନ: ଏକ ଆଲୋଚନାତ୍ମକ ଦୃଷ୍ଟିପାତ The metaphor of death in ‘Guruprasad’s poetry: A critical look. International Journal of Contemporary Research in Multidisciplinary. 2026: 5(5):158-166


Download PDF